ଆଶା ନିରାଶାର ଗନ୍ତାଘର
ହସ, ଲୁହ, ସୁଖ, ଦୁଃଖ ର ସମାହାର ।।
ଉଚ୍ଚ ହେବାର କାମନା
ମରି ମରି ଜିଇଁବାର ବାସନା।।
ସ୍ବାର୍ଥପର ଲୋକମାନଙ୍କର ଯାତନା
ଆପଣାର ଲୋକମାନଙ୍କର ତାଡ଼ନା ।।
ଆଖିର ଲୁହକୁ ଲୁଚାଇବାର ବାହାନା
ମନର କୋହକୁ ଚାପିରଖିବାର ବେଦନା ।।
କର୍ତ୍ତବ୍ଯର ବୋଝ ତଳେ ଦଳି ମକଚି
ହୋଇଯାଉଥିବା ସପନ।।
କର୍ମ ଜଞ୍ଜାଳରେ ପେଷି
ହୋଇଯାଉଥିବା ଜୀବନ।।
ଛୋଟ ଛୋଟ କଥାରେ ରାଗରୁଷା
ମାନ ଅଭିମାନ ।।
ତଥାପି କେଜାଣି କାହିଁକି
ଭଲଲାଗେ ଏଇ ସଂସାର ବନ୍ଧନ ।।
ସବିତା ରଥ
ପୁରୀ


0 Comments